This browser does not support the video element.
ସୋନପୁର: ସୁବଳୟା ଅଞ୍ଚଳରେ ୮ ଟିକିଆ ହାତୀପଲ, ଘଉଡ଼ାଇଲା ବନ ବିଭାଗ
Sonapur, Subarnapur (Sonepur) | Aug 24, 2025
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ୮ ଟିକିଆ ହାତୀପଲ ବିଚରଣ କରୁଥିବାବେଳେ, ଅଂଚଳର ଦୁର୍ଦୁରା ଏବଂ ପିତାମହୁଲ ଅଂଚଳରେ ବ୍ୟାପକ କ୍ଷତି କରଥିଲେ l ଖବର ପାଇଁ ସହକାରୀ ବନ ସଂରକ୍ଷକ ଅଭିନାଶ ବରିହାଙ୍କ ନିର୍ଦେଶ କ୍ରମେ ବନପାଳ ନିରଞ୍ଜନ ପ୍ରଧାନ, ବନପାଳ ଲିଙ୍ଗରାଜ ନାଏକ ଏବଂ ଅନ୍ୟ ମାନେ ମିଳିତ ଭାବେ ଘଉଡ଼େଇବାକୁ ପ୍ରୟାସ ଆରମ୍ଭ କରିଥିବାବେଳେ, ଏହି ହାତୀପଲ ନଦୀ ପାର ହୋଇ ବୌଦ୍ଧ ପଟକୁ ପୂର୍ବାହ୍ନ ପ୍ରାୟ 10.30 ମିନିଟ ସମୟରେ ପ୍ରବେଶ କରିଥିବା ସୂଚନା ମିଳିଛି l