This browser does not support the video element.
ଯୋଡା: ଚମ୍ପୁଆ ରେଞ୍ଜର ବିଭିନ୍ନ ସ୍ଥାନରେ ୬୩ ହାତୀ, ଡ୍ରୋନ୍ ସହାୟତାରେ ଗତିବିଧି ନଜର ରଖିଛି ବନ ବିଭାଗ
Joda, Kendujhar | Mar 29, 2024
ବଣୁଆ ହାତୀ ଏବେ ଚମ୍ପୁଆ ରେଞ୍ଜରେ ଆତଙ୍କ ସୃଷ୍ଟି କରିଛନ୍ତି । ଚମ୍ପୁଆ ରେଞ୍ଜର ବିଭିନ୍ନ ସ୍ଥାନରେ ୬୩ଟି ବଣୁଆ ହାତୀ ଡେରା ପକାଇ ରହିଥିବା ବେଳେ ଖଣି ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି । ବଣୁଆ ହାତୀ ପଲଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ୍ ବ୍ୟବହାର କରାଯାଉଛି । ଶୁକ୍ରବାର ଏନେଇ ଚମ୍ପୁଆ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।