This browser does not support the video element.
ସୁକିନ୍ଦା: ଆମ୍ପୋଳବା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ଦିଲୁ ମଲ୍ଲିକ ଗୁରୁତର
Sukinda, Jajpur | Aug 24, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଆମ୍ପୋଳବା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ ଦଂଶନରେ ସ୍ଥାନୀୟ ବାସିନ୍ଦା ଦିଲୁ ମଲ୍ଲିକ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ରବିବାର ଅପରାହ୍ନ 5 ଘଟିକା ସମୟରେ କଳିଙ୍ଗନଗର ସ୍ଥିତ ଟାଟା ମେଡ଼ିକା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।