Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାଇକେଲ ଶୋଭାଯାତ୍ରା ଶୁଭାରମ୍ଭ କରି ସାଇକେଲ ଚଳାଇଲେ ସାଂସଦ

Baleshwar M, Balasore | Aug 31, 2025
ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ୨୯ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ କ୍ରୀଡ଼ା ଦିବସ ପାଳନ କରାଯାଇଛି।ଏହି ଅବସରରେ ଆଜି ସକାଳ ୮ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥି ସହ ସାଂସଦ ଶ୍ରୀ ଷଡ଼ଙ୍ଗୀ ନିଜେ ସାଇକେଲ ଚଳାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us