This browser does not support the video element.
ଜୟପୁର: ଜୟପୁର ସଦରଥାନା ପୋଲିସ ପକ୍ଷରୁ ଫାମ୍ପୁଣି ଗ୍ରାମ ଠାରେ ଆମ ପୁଲିସ ସମିତିର ବୈଠକ
Jeypore, Koraput | Sep 25, 2025
ଜୟପୁର ସଦରଥାନା ପୋଲିସ ପକ୍ଷରୁ ଆଜି ଅପରାହ୍ନ 4ଟାରେ ଫାମ୍ପୁଣି ଗ୍ରାମ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇ ସଂନ୍ଧ୍ୟା 6ଟାରେ ଶେଷ ହୋଇଥିଲା । ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ଉକ୍ତ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମର ବାସିନ୍ଦା ଉପସ୍ଥିତ ରହିଥିଲେ । ଏହି ଅବସରରେ ନାବାଳିକା ବିବହ, ପାର୍ବଣ ଋତୁରେ ବେଆଇନ ଚାନ୍ଦା ଆଦାୟ, ସାଇବର ଅପରାଧ, ବେଆଇନ ମାରଣାସ୍ତ୍ର ରଖିବା, ବାଇକରେ ଶଦ୍ଧ ପ୍ରଦୁଷଣକାରୀ ସାଇଲେନ୍ସର, ନାବାଳକ ବାଇକ ଚାଲଣା ଉପରେ କଟକଣା ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ।