Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ରେଞ୍ଜ ମହାବୀର ପାହାଡ଼ ଅଞ୍ଚଳ କୁ ପଶି ଆସିଲା ହାତୀ ପଲ, ସତର୍କ କରାଇଲା ବନ ବିଭାଗ

Govindpur, Sambalpur | Aug 23, 2025
ଶିମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳ ରୁ ଏକ ୨୪ ଟିକିଆ ହାତୀ ପଲ ବାମରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡ଼ ଜଙ୍ଗଲ କୁ ପଶି ଆସିଥିବା ପାଖ ଗ୍ରାମବାସୀ ଙ୍କ ମଧ୍ୟ ରେ ଭୟ ର ବାତାବରଣ ଦେଖା ଯାଇଛି। ଶନିବାର ଦିନ ତମାମ ଗ୍ରାମବାସୀ ଓ ବନ ବିଭାଗ ହାତୀ ଘଉଡାଇବା ରେ ବ୍ୟସ୍ତ ଥିବା ବେଳେ ସନ୍ଧ୍ୟା ରେ ଉକ୍ତ ହାତୀ ପଲ ଯୋଗୀମୁଣ୍ଡା ସଂଲଗ୍ନ ଜଙ୍ଗଲ ରେ ଥିବା ସୂଚନା ରହିଛି। ପାଖ ଗ୍ରାମ ଗୁଡ଼ିକୁ ସତର୍କ ରହିବା ପାଇଁ ବନ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି।
Read More News
T & CPrivacy PolicyContact Us