This browser does not support the video element.
କଣ୍ଟାମାଳ: ଉପାନ୍ତ ନୂଆଁପଡା ଗ୍ରାମରେ ଉତ୍କଟ ଜଳକଷ୍ଟ, ଚୁଆଁପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ
Kantamal, Boudh (Bauda) | Apr 8, 2024
ଉପାନ୍ତ ନୂଆଁପଡା ଗ୍ରାମରେ ପାନୀୟ ଜଳ ଅଭାବରୁ ଚୁଆଁପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବରଗାଁ ପଞ୍ଚାୟତ ର ଉତୁର୍ଲା ନିକଟସ୍ଥ ଉପାନ୍ତ ଗ୍ରାମ ନୂଆଁପଡାରେ ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ଜଳକଷ୍ଟ ଦେଖାଦେଇଛି l ସରକାର ପ୍ରତ୍ୟେକ ଗାଁକୁ ପାଇପ ଯୋଗେ ଜଳ ଯୋଗେଇ ଦେବା ଯୋଜନା କରିଥିବା ବେଳେ ବାସ୍ତବ ରେ କେତେ ବିଶୁଦ୍ଧଜଳ ଲୋକ ପାଇଛନ୍ତି ତାହା ନୂଆଁପଡା ଅନୁମାନ କରିହେବ I ନୂଆଁପଡା ଗ୍ରାମ କୁ ରାସ୍ତା ସଂଯୋଗ ସମସ୍ୟା ସହ ପିଇବା ପାଣି ସମସ୍ୟା ରହିଛି I