Download Now Banner

This browser does not support the video element.

ବଲାଙ୍ଗୀର: ଉପର ଉଡାର ଗ୍ରାମରେ ବଜ୍ରାଘାତରେ ଚାଷୀଙ୍କ ଦୁଃଖଦ ମୃତ୍ୟୁ – ଛ’ଟି ଝିଅଙ୍କ ବାପାକୁ ହାରାଇ ଶୋକର ଛାୟା

Balangir, Balangir | Sep 8, 2025
ଉପରଉଡାରେ ବଜ୍ରାଘାତ – ଗରିବ ଚାଷୀଙ୍କ ମୃତ୍ୟୁ, ୬ ଝିଅଙ୍କ ବାପାଙ୍କୁ ହାରାଇ ଶୋକର ଛାୟା ବଲାଙ୍ଗୀର ଜିଲ୍ଲାର ମାଗୁରବେଡା ପୋଲିସ ଫାଣ୍ଡି ଅଧୀନସ୍ଥ ଉପରଉଡାର ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କ ଦୁଃଖଦ ମୃତ୍ୟୁ ଘଟି ଥିବା ଘଟଣା ସାମ୍ନାକୁ ଆସିଛିl ମୃତକଙ୍କ ପରିଚୟ ଦୈତାରୀ ସାହୁ ବୋଲି ମିଳିଛି। ଗରିବ ପରିବାରରୁ ଆସିଥିବା ମୃତକ ସାହୁ, ଛ’ଟି ଝିଅଙ୍କ ବାପା ଥିବାବେଳେ, ଏହି ଅସମୟରେ ତାଙ୍କର ମୃତ୍ୟୁ ଅଞ୍ଚଳକୁ ଶୋକାଚ୍ଛନ୍ନ କରିଦେଇଛି। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ସେ ଗ୍ରାମର ଏକ କ୍ଷେତରେ ମୃତ ଅବସ୍ଥାରେ ମିଳିଥିଲେ।
Read More News
T & CPrivacy PolicyContact Us