This browser does not support the video element.
ଢେଙ୍କାନାଳ ସଦର: ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ୍ ଯିବା ସହରରେ ସଚେତନତା ରାଲି
Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ‘‘ଆସ ସ୍କୁଲ୍ ଯିବା ସଚେତନତା ରାଲି’’ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ, ବିଦ୍ୟାଳୟ ପଂଚସଖା ଶିକ୍ଷାସେତୁର ସଭାପତି କୁର୍ସିଦା ବେଗମ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ଓ ସଭ୍ୟସଭ୍ୟାବୃନ୍ଦ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ, ଅଭିଭାବିକାଗଣ ଏହି ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସ ସ୍କୁଲ୍ ଯିବା ସ୍ଲୋଗାନ ଦେଇ ବିଦ୍ୟାଳୟର ନିକଟବର୍ତୀ ଅଂଚଳ ପରିକ୍ରମା କରିଥିଲେ ।