This browser does not support the video element.
ଦେବଗଡ: ବାଲିନାଳୀ ଗ୍ରାମରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ପୁରୁଣାପାଣି ଚମ୍ପିୟାନ
Debagarh, Debagarh (Deogarh) | Sep 7, 2025
ଦେବଗଡ ଜିଲ୍ଲା ଦଣ୍ଡାସିଂହା ଗ୍ରାମ ପଂଚାୟତର ବାଲିନାଳୀ ଗ୍ରାମରେ ବାପୁଜୀ କ୍ଲବ ପକ୍ଷରୁ ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ୫ ଟାରେ ଉଦଯାପିତ ହୋଇଯାଇଛି । ସମୁଦାୟ ୧୬ ଟି ଦଳ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ କଲା ଏଏଫ୍ସି କୁ ୨-୦ ଗୋଲରେ ପରାସ୍ତ କରି ପୁରୁଣାପାଣି ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ସୁଜିତ ବାରିକ, ରାଜକୁମାର ମହାପାତ୍ର ଓ ତନ୍ମୟ କିସାନ ପରିଚାଳନା କରିଥିବା ବେଳେ କ୍ରୀଷ୍ଣା ସାହୁ ଓ ଧନେଶ୍ୱର ସାହୁ ମ୍ୟାଚର ଧାରା ବିବରଣି ପ୍ରଦାନ କରିଥିଲେ ।