This browser does not support the video element.
ନାକଟିଦେଉଳ: ଟିକିରା ନଦୀରେ ଭାସିଯାଇ ନିଖୋଜ ଥିବା ଗାଇ ଚରାଲିଙ୍କ ମୃତ ଦେହ ଉଦ୍ଧାର
Naktideul, Sambalpur | Sep 8, 2025
ଟିକିରା ନଦୀରେ ଭାସିଯାଇ ନିଖୋଜ ଥିବା ଗାଇ ଚରାଲିଙ୍କ ମୃତ ଦେହ ଉଦ୍ଧାର । ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହୁକୁଦ ଗ୍ରାମର ପିତାମ୍ବର ନାଏକ ଟିକିରା ନଦୀରେ ଗତ ଶନିବାର ଭାସିଯାଇ ନିଖୋଜ ହୋଇଯାଇଥିଲେ , ହେଲେ ସୋମବାର ସକାଳେ ତାଙ୍କ ମୃତ ଦେହକୁ ମହକୁଦର ବଚନୀ ଗୁଡ଼ି ଘାଟରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସେ ଶନିବାର ଗୋରୁ ଚରାଇବା ପାଇଁ ଟିକିରା ନଦୀ ପାର ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।