This browser does not support the video element.
ସୁକିନ୍ଦା: ପ୍ରଧାନମନ୍ତ୍ରୀ ଜନ୍ମ ଦିନ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ଦାନଗଦି ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ
Sukinda, Jajpur | Sep 30, 2025
ଦେଶର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଜନ୍ମ ଦିନ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ‘ସେବା ସପ୍ତାହ’ ପାଳନ କରାଯାଉଅଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟି, ସୁକିନ୍ଦା ତରଫରୁ ଦାନଗଦି ଭବନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ପରେ ବହୁ ବ୍ୟକ୍ତି ଯୋଗଦେଇ ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ରକ୍ତ ଦାନ ଶିବିରରେ 360 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।