This browser does not support the video element.
ପାଲଲହଡା: ତିରିବି ଗ୍ରାମ ସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ଠାରେ ବାର୍ଷିକ ମହାରୁଦ୍ରାଭିଷେକ ଅନୁଷ୍ଠିତ; ଯୋଗଦେଲେ ବହୁ ଶ୍ରଦ୍ଧାଳୁ
Palalahada, Angul | Nov 10, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବତିସୁଆଁ ପଞ୍ଚାୟତ ତିରିବି ଗ୍ରାମ ସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ଠାରେ ବାର୍ଷିକ ମହାରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିବା ରବିବାର ଅପରାହ୍ନ ୨:୩୦ ସମୟରେ ଜଣାପଡ଼ିଛି। ତିରିବି ଗ୍ରାମ ଠାରେ ମହାରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତମାନଙ୍କ ଦ୍ଵାରା ଯଥା ରୀତିନୀତି ପୂଜାର୍ଚ୍ଚନା ପରେ ନିକଟ ନଦୀରୁ କଳସରେ ଜଳ ଆଣି ମନ୍ଦିର ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ହୋମ ଯଜ୍ଞ ପରେ ପୂର୍ଣ୍ଣାହୁତି ପରେ ରୁଦ୍ରାଭିଷେକ ପୂଜା ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତରହିଥିଲେ।