This browser does not support the video element.
ଦେବଗଡ: ବସାଲଇ ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ
Debagarh, Debagarh (Deogarh) | Sep 28, 2025
ଦେବଗଡ ଜିଲ୍ଲା ବସାଲଇ ଗ୍ରାମରେ ପଂଚାୟତ ଆଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଟାଇବ୍ରେକର ଯୋଗେ ଲଇମୁରା ଏଭେଞ୍ଜେର ଇଲେଭେନ ଦଳକୁ ପରାସ୍ତ କରି ଦେବଗଡ ମନୋରମା କ୍ଲବ ଚମ୍ପିୟାନ ହୋଇଛି । ସେହିପରି ଦୁଇଟି ଦଳକୁ ନେଇ ମହିଳା ବର୍ଗରେ ଅନୁଷ୍ଠିତ ମ୍ୟାଚରେ ଜୋଡା ଟାଟା ଫାଉଣ୍ଡେସନ ଦଳକୁ ପରାସ୍ତ କରି ଦେବଗଡ ମନୋରମା କ୍ଲବ ବିଜୟ ଲାଭ କରିଥିବା ଜଣାପଡିଛି ।