This browser does not support the video element.
ରାୟଗଡା: ଜିଲ୍ଲାପାଳଙ୍କ ଅଫିସ ପରିସରରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
Rayagada, Rayagada | Mar 7, 2025
ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସ ପରିସରରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁଭଦ୍ରା ଯୋଜନାର ଘରେ ଘରେ ପ୍ରଦୀପ ପ୍ରଜ୍ବଳନ ପାଇଁ ଏପରି ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୀନତି ଦେଓ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠୀ ଓ ସୁଭଦ୍ରା ଭଉଣୀମାନେ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଅନୀତା ଦାସ, ବରିଷ୍ଠ ରାଜସ୍ବ ସହାୟକ ସୂର୍ଯ୍ୟନାରାୟଣ ନାୟକ ଯୋଗଦେଇଥିଲେ।