This browser does not support the video element.
ଗୋବିନ୍ଦପୁର: ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଲିଜା ମାଝୀ ବାମରା ବ୍ଲକ ଅଫିସ ରେ ସମ୍ବର୍ଦ୍ଧିତ
Govindpur, Sambalpur | Aug 24, 2025
ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଗ୍ରାମ ର ଲିଜା ମାଝୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ବାମରା ବ୍ଲକ ଅଫିସ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଚାଷୀ ଲଳିତ ମୋହନ ମାଝୀ ଓ ପଦ୍ମିନୀ ମାଝୀ ଙ୍କ ଝିଅ ଲିଜା, ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ ୨୦୨୫ ରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଏହି ସଫଳତା କୁ ନେଇ ରବିବାର ଦିନ ୩ ଟା ସମୟରେ ବାମରା ବ୍ଲକ ଅଫିସ ଠାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ତାଙ୍କୁ ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।