This browser does not support the video element.
ଜଗତସିଂହପୁର: ନାଉଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଓ କର୍ମବୀର ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୨୨ତମ ଶ୍ରାଦ୍ଧ ବ
Jagatsinghapur, Jagatsinghpur | Sep 7, 2025
ନାଉଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଓ କର୍ମବୀର ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ବ୍ଲକ କଂଗ୍ରେସ ସଂଯୋଜକ ଶ୍ରୀ ବିଚିତ୍ରା ନନ୍ଦ ଲେଙ୍କା ଙ୍କ ସଭାପତିତ୍ୱରେ ଉପସ୍ଥିତ ନେତାମାନେ ବିଶ୍ୱାଳଙ୍କର ରାଜନୈତିକ କୌଶଳ, ସଂଗଠନାତ୍ମକ କ୍ଷମତା ଓ ସାଧାରଣ ଲୋକଙ୍କ ପ୍ରତି ସେବାଭାବକୁ ସ୍ମରଣ କରିଥିଲେ। ସେମାନେ କହିଥିଲେ, “ବସନ୍ତ ବାବୁଙ୍କ ଆଦର୍ଶ ଓ ନିଷ୍ଠା ସଦା କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣା ଦେଇ ଆସୁଛି।”