Download Now Banner

This browser does not support the video element.

ଓରିଏଣ୍ଟ: ଗୁମାଡେରା ଠାରେ ଆରୋଗ୍ୟମ କେୟାରିଂ ଲାଇଫ୍ ତତ୍ତ୍ୱାବଧାନରେ ପ୍ରାଥମିକ ଚିକିତ୍ସାକୁ ନେଇ ଚାଲିଥିବା ତାଲିମ ଶିବିର ଉଦଯାପିତ

Orient, Jharsuguda | Aug 24, 2025
ଝାରସୁଗୁଡ଼ା ଜିଲ୍ଲା ଗୁମାଡେରା ସ୍ଥିତ ଆରୋଗ୍ୟମ କେୟାରିଂ ଲାଇଫ୍ ତତ୍ତ୍ୱାବଧାନରେ ଜିଲ୍ଲା ଜୁନିଅର ରେଡକ୍ରସ୍ ଅଧିକାରୀ ବବନ ସିଂହଙ୍କ ନେତୃତ୍ୱରେ ଚାଲିଥିବା ପ୍ରାଥମିକ ଚିକିତ୍ସାକୁ ନେଇ ଏକ ତାଲିମ ଶିବିର ଆଜି ଦିନ ଚାରିଟା ସମୟରେ ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିର ଗତ ଜୁଲାଇ ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଲପାହାଡ଼ ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ମୋଟ ୫୦ ଜଣ ଛାତ୍ରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ।
Read More News
T & CPrivacy PolicyContact Us