This browser does not support the video element.
ସୋର: ବାହାନଗାରୁ ବିପୁଳ ପରିମାଣର ବାଣ ଜବତ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ
Soro, Balasore | Oct 2, 2025
ସୋର ପୋଲିସ ପକ୍ଷରୁ ବାହାନଗା ବ୍ଲକ ବାହାନଗା ମେଡିକାଲ ପାଖରେ ଥିବା ଏକ ବନ୍ଦ ହୋଟେଲ ଓ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଛି । ଗତକାଲି ରାତିରେ ସଦର ଏସଡିପିଓ ଶୁଭ୍ରାଂଶୁ ନାୟକଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଏବଂ ଖନ୍ତାପଡ଼ା ଥାନାଧିକାରୀ ପ୍ରଫୁଲ୍ଲ ମଲ୍ଲିକ ମିଳିତ ଚଢ଼ାଉ କରି ବିପୁଳ ପରିମାଣ ରେ ବାଣ ଜବତ କରିବା ସହିତ ବାଣ ବ୍ୟବସାୟରେ ସମ୍ପୃକ୍ତ ଥିବା ଖନ୍ତାପଡ଼ା ଥାନା କୃଷ୍ଣପୁର ଗ୍ରାମର ଧୀରେନ୍ଦ୍ର ଉପାଧ୍ୟାୟଙ୍କୁ ଥାନାରେ ଅଟକ ରଖିଥିଲା।