This browser does not support the video element.
ବଲାଙ୍ଗୀର: ସଇଁତଲା ଗ୍ରାମରେ ସାପ କାମୁଡାରେ ମହିଳା ଆହତ ମେଡିକାଲ ରେ ଭର୍ତ୍ତି
Balangir, Balangir | Aug 31, 2025
ବଲାଙ୍ଗୀର ସଇଁତଲା ଗ୍ରାମରେ ସାପ କାମୁଡାରେ ମହିଳା ଆହତ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସଇଁତଲା ଗ୍ରାମରେ ଆଜି ସାପ କାମୁଡା ଘଟଣା ଘଟିଛି। ଏହି ଘଟଣାରେ ଦୀପା ପ୍ରଧାନ ନାମକ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟଙ୍କ ସହଯୋଗରେ ତାଙ୍କୁ ଶୀଘ୍ରତାର ସହ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଆଜି ରାତି ପ୍ରାୟ ୯ଟା ସମୟରେ ଏହି ସୂଚନା ମିଳିଥିବା କୁହାଯାଇଛି।