This browser does not support the video element.
ଗୋବିନ୍ଦପୁର: ଶବ ହୋଇ ଫେରିଲେ ଉଚ୍ଚକାପାଟ ଗ୍ରାମ ର ଦାଦନ ଶ୍ରମିକ ଅଜିତ ନାଏକ
Govindpur, Sambalpur | Aug 26, 2025
ଉଚ୍ଚକାପାଟ ଗ୍ରାମ ର ସନ୍ତୋଷ ନାଏକ ଙ୍କ ଏକମାତ୍ର ପୁଅ ଅଜିତ ନାଏକ ଗତ ପ୍ରାୟ ଏକ ମାସ ପୂର୍ବରୁ କେତେକ ସାଙ୍ଗ ସାଥି ଙ୍କ ସହ ମିଶି ଗୋଆ ରାଜ୍ୟ ର ପଣଜୀ କୁ ଦାଦନ ଶ୍ରମିକ ଭାବେ କାମ କରିବା କୁ ଯାଇଥିଲେ। ସେଠାରେ ସେ ଗଙ୍ଗା ନାମକ ଏକ ବୋଟରେ ମାଛଧରା କାମ ରେ ନିୟୋଜିତ ହୋଇ ଥିବା ବେଳେ ସେ ବୋଟରୁ ଖସି ପଡ଼ି ସମୁଦ୍ର ରେ ବୁଡ଼ି ଯାଇ ତାଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ଗୋଆ ରୁ ତାଙ୍କ ଶବ ଉଚ୍ଚକାପାଟ ଗ୍ରାମ କୁ ଆସି ପହଞ୍ଚିଥିବା ବେଳେ ସେଠାରେ ଶୋକାକୁଳ ପରିବେଶରେ ସନ୍ଧ୍ୟା ୬ ଟା ସମୟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇ ଯାଉଛି।