This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ବାଉଁଶକୋଣା ଗ୍ରାମରେ ଠକେଇକୁ ନେଇ ଥାନାରେ ଏତଲା।
Biramitrapur, Sundargarh | Sep 27, 2025
ବାଉଁଶକୋଣା ଗ୍ରାମର ମାଙ୍ଗି ସୋରେଙ୍ଗଙ୍କ ଘରକୁ ଗତ ୧୯ସେପ୍ଟେମ୍ବର ୨୦୨୫ ତାରିଖ ଦିନ ୩ଜଣ ଅଜଣା ସ୍ତ୍ରୀଲୋକ ତାଙ୍କୁ ମେଡିସିନ ବିଷୟରେ ବୁଝାଇଥିଲେ।ମାଙ୍ଗି ସୋରେଙ୍ଗ ସେମାନଙ୍କୁ ମନା କଲେ ମଧ୍ୟ ଆଧାର କାର୍ଡ,ବ୍ୟାଙ୍କ ସଞ୍ଚୟ ପାସବୁକ ମାଗି ନୂଆଗାଁ ଜନସେବା କେନ୍ଦ୍ରକୁ ଡାକି ନେଇ ୨୫୦୦ଟଙ୍କା କାଢି ନେଇଥିଲେ।ଅନଲାଇନରେ ମେଡିସିନ ଆସିବ ବୋଲି କହିଥିଲେ ମଧ୍ୟ ଆଜି ଆସିବୁ,କାଲି ଆସିବୁ କହି ଠକୁଥିଲେ।ଏନେଇ ହାତୀବାରି ଥାନାରେ ଏକ ମାମଲା ରୁ୍ଜ କରାଯାଇ ସଂପୃକ୍ତ ୧୦ଜଣକୁ କୋର୍ଟ ଚାଲାଣ କରାଯାଇଛି।