This browser does not support the video element.
ରେଢାଖୋଲ: ଆମ୍ବଝୁରୀ ଗ୍ରାମରେ ଗାଁ ପୂଜାକୁ ନେଇ ଯୁବକଙ୍କୁ ପଥର ମାଡ଼ , ଥାନାରେ ଅଭିଯୋଗ
Rairakhol, Sambalpur | Aug 30, 2025
ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଆମ୍ବଝୁରୀ ଗ୍ରାମରେ ଗାଁ ପୂଜାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଥର ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଲେ ଗାଁର ସୁଗ୍ରୀବ ନାଏକ ଓ ସେ ଆଜି ଗ୍ରାମ ନିକଟସ୍ଥ ବାଞ୍ଛା ପଡିଆକୁ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଗ୍ରାମର ପଞ୍ଚୁ ପ୍ରଧାନ,ଝରିଆ ପ୍ରଧାନ ଓ ଅନ୍ତ ଭୋଇଙ୍କ ସହ ଗାଁ ପୂଜାକୁ ନେଇ ଚର୍ଚ୍ଚା ଆଲୋଚନା କରୁଥିବା ବେଳେ ପଞ୍ଚୁ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା।