This browser does not support the video element.
ଆନନ୍ଦପୁର: ହାଟଡ଼ିହିରୁ ଚୋରି ଯାଇଥିବା ମିନିଟ୍ରକ ଗୋପାଳପୁର ରୁ ଉଦ୍ଧାର
Anandapur, Kendujhar | Sep 20, 2025
ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ହାଟଡ଼ିହି ଗ୍ରାମରୁ ଚୋରୀ ଯାଇଥିବା ୪୦୭ ମିନିଟ୍ରକକୁ ନନ୍ଦିପଦା ପୋଲିସ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରୁ ଉଦ୍ଧାର କରିଛି। ଚାରିଦିନ ତଳେ ହାଟଡ଼ିହିର ଅନୀଲ ନାୟକଙ୍କ ମିନିଟ୍ରକ ଘର ସମ୍ମୁଖରେ ଥିବା ବେଳେ କେହି ତାକୁ ଚୋରି କରି ନେଇଥିଲା। ଅନୀଲ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଗୋପାଳପୁର ଥାନା ଅଞ୍ଚଳ ରେ ଗାଡ଼ିଟି ରଖା ଯାଇଥିବା ଖବର ପାଇ ନନ୍ଦିପଦା ପୋଲିସ ଆଜି ରାତି ୯ଟାରେ ଗୋପାଳପୁର ଥାନାରେ ପହଞ୍ଚି ଗାଡିକୁ ଉଦ୍ଧାର କରିଛି।