This browser does not support the video element.
ମାଲକାନଗିରି: ବାଲିମେଳା ସହର ସ୍ଥିତ ଦୈନିକ ବଜାରରୁ ଲକ୍ଷାଧିକ ଟଙ୍କାର ବେଆଇନ ଭାବେ ବିକ୍ରି କରୁଥିବା ବାଣ ଜବତ କଲା ଓରକେଲ ପୋଲିସ
Malkangiri, Malkangiri | Sep 29, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ବାଲିମେଳା ସହର ସ୍ଥିତ ଦୈନିକ ବଜାରରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରି ଆଜି ସନ୍ଧ୍ୟା ୮ଟା ସମୟରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରିଛି। ତେବେ ବାଲିମେଳା ସହରର ୨ ବ୍ୟବସାୟୀ ଆଗକୁ ଦୀପାବଳି ଉପଲକ୍ଷେ ଚୋରାରେ ବିକ୍ରି କରିବା ନିମନ୍ତେ ଲକ୍ଷାଧିକ ଟଙ୍କାର ବାଣ ଆଣି ଲୁଚାଇ ରଖିଥିଲେ। ତେବେ ସେମାନଙ୍କ ନିକଟରେ କୌଣସି ଲାଇସେନ୍ସ ନଥିବା ବେଳେ ଏତେ ପରିମାଣର ବାଣ ଆଣି ସର୍ବସାଧାରଣ ସ୍ଥାନରେ ରଖିବା ବିପଦକୁ ଟାଣି ଆଣିବା ଭଳି ହୋଇଥିବା ବେଳେ ପୋଲିସ ଖବର ପାଇ ତତ୍ପରତା ଦେଖାଇ ଆଜି ଏକ ଟିମ ଯାଇ ସମସ୍ତ ବେଆଇନ ବାଣ ଗୁଡିକ ଜବତ କରିଛି। ଜବତ ବ