This browser does not support the video element.
ବେଗୁନିଆ: ବେଗୁନିଆ ସଦର ମହକୁମା ସମେତ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳିତ
Begunia, Khordha | Jul 7, 2025
ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ନିଜସ୍ଵ ଅନୁଷ୍ଠାନ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଚାରାରୋପଣ ଓ ଆଲୋଚନ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ସଭାପତିତ୍ବ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ସାହୁ, ମୁଖ୍ୟ ବକ୍ତା ଭାବରେ ରାଜ କିଶୋର ସାହୁ ଯୋଗଦାନ କରିଥିଲେ। ସେହିପର ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରା ରୋପଣ ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।