This browser does not support the video element.
କୁଚିଣ୍ଡା: ବଡ଼ ମୁଣ୍ଡାଲୋଇ ସରକାରୀ ହାଇସ୍କୁଲ ରକ୍ତଦାନ କରି ଗୁରୁଦିବସ ପାଳନ କଲେ ଶିକ୍ଷକ ସଂଘ
Kochinda, Sambalpur | Sep 5, 2025
କୁଚିଣ୍ଡା ବ୍ଲକ ଟାଇଁସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ ମୁଣ୍ଡାଲୋଇ ସରକାରୀ ହାଇସ୍କୁଲରେ ଶୁକ୍ରବାର ଦିନ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ବିରେନ୍ଦ୍ର କୁମାର ପଟେଲଙ୍କ ତତତ୍ଵାବଧାନରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।