This browser does not support the video element.
ମାଲକାନଗିରି: ଏମଭି - ୧୭ କାଳୀମନ୍ଦିରରେ ବିଜେପି ପକ୍ଷରୁ ନୂତନ ଶିକ୍ଷପାଲି ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ସଭାପତି
Malkangiri, Malkangiri | Sep 11, 2025
ଆଜି ମାଲକାନଗିରି ଜିଲ୍ଲା ଏମଭି - ୧୭ କାଳୀମନ୍ଦିରରେ ବିଜେପି ପକ୍ଷରୁ ନୂତନ ଶିକ୍ଷପାଲି ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବତୀ, ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦେବୀ ମାଢ଼ି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ନୂତନ କମିଟିର ସମସ୍ତଙ୍କ ନାମ ଘୋଷଣା କରାଯାଇଥିଲା। ତାପରେ ନୂତନ କମିଟିର ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।