Download Now Banner

This browser does not support the video element.

ସୋର: ବାହାନଗା ବଜାର ନିକଟରେ ପୁଲିସର ମିଳିତ ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ

Soro, Balasore | Oct 1, 2025
ସୋର ପୋଲିସ ପକ୍ଷରୁ ବାହାନଗା ବ୍ଲକ ବାହାନଗା ମେଡିକାଲ ପାଖରେ ଥିବା ଏକ ବନ୍ଦ ହୋଟେଲ ଓ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ବେଳେ ଥାନାରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।ଆଜି ରାତିରେ ସଦର ଏସଡିପିଓ ଶୁଭ୍ରାଂଶୁ ନାୟକଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଏବଂ ଖନ୍ତାପଡ଼ା ଥାନାଧିକାରୀ ପ୍ରଫୁଲ୍ଲ ମଲ୍ଲିକ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ବାଣ ବ୍ୟବସାୟରେ ସମ୍ପୃକ୍ତ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Read More News
T & CPrivacy PolicyContact Us