This browser does not support the video element.
ଜି ଉଦୟଗିରି: ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ କ୍ରିକେଟ ଟୁର୍ନାମେଣ୍ଟ ରେ ବ୍ଲକ ଏଲେଭେନ କୁ ହରାଇ ବିଜ୍ଞାପିତ ଅଂଚଳ ପରିଷଦ ଚମ୍ପିୟାନ
G Udayagiri, Kandhamal | Aug 30, 2025
ଜି.ଉଦୟଗିରି ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁକ୍ରବାର ଦିନ ଖେଳରେ ବିଜୟ ଲାଭ କରିଥିବା ଦୁଇ ଦଳ ଏନଏସି ଇଲେଭେନ ଓ ବ୍ଲକ ଏକାଦଶ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏନଏସି ଇଲେଭେନ ଦଳର ଅଧିନାୟକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ କୁମାର ସାହୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।