This browser does not support the video element.
ଦେବଗଡ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୪୫ ରାଙ୍କରେ ସଫଳତା ହାସଲ କଲେ ପରା ଗ୍ରାମର ଯୁବକ
Debagarh, Debagarh (Deogarh) | Sep 26, 2025
ଓଡିଶା ଲୋକସେବା ଆୟୋଗ ଅଧିନରେ ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପରା ଗ୍ରାମର ଶୁଭଦର୍ଶନ ବିଶ୍ୱାଳ ସଫଳତା ହାସଲ କରିଛନ୍ତି । ସେ ୨୪୫ ନମ୍ବର ରାଙ୍କରେ ରହି ଓସିଏସ ପରୀକ୍ଷାରେ ଉନ୍ନିତ ହୋଇଥିବା ଜଣାପଡିଛି । ଶୁଭଦର୍ଶନ ପରା ଗ୍ରାମର ଡିଲେଶ୍ୱର ବିଶ୍ୱାଳଙ୍କ ପୁଅ ବୋଲି ଜଣାପଡିଛି । ତାଙ୍କର ଏହି ସଫଳତା ପାଇଁ ପରିବାର ତଥା ଅଂଚଳର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଲୋକଙ୍କ ସେବା ପାଇଁ ଓଡିଶା ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ମନ ବଳାଇଥିଲି ।