This browser does not support the video element.
କୋଦଳା: କୋଦଳା ତହସିଲ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କଲେ ଓଡି଼ଶା କୃଷକ ସଭାର କର୍ମକର୍ତ୍ତା
Kodala, Ganjam | Nov 4, 2024
ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ବେଗୁନିଆପଡା ବ୍ଲକ ଶାଖା ପକ୍ଷରୁ କୋଦଳା ତହସିଲ କାର୍ଯ୍ୟାଳୟରେ ସୋମବାର ଦାବିପତ୍ର ପ୍ରଦାନ କରାଯାଇଛି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ସଭା କରାଯାଇ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଂଚାୟତ ରମାଂକି ପଙ୍କା ଗ୍ରାମରେ ଆଦିବାସୀ ଆମ୍ବ ଟାକୁଆ ଖାଇ ମୁର୍ତ୍ୟୁ ବରଣ କରିଥିବା ଉପରେ ସରକାର ଙ୍କୁ ସମାଲୋଚନା କରିଥିଲେ । ଉକ୍ତ ପରିବାରକୁ 20ଲକ୍ଷ ଟଙ୍କା ସହାୟତା ଦେବା, ମୃତ୍ୟୁର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା, ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରି କରିବା ଆଦି ଦାବିପତ୍ର ପ୍ରଦାନ କରିଥିଲେ ।