Download Now Banner

This browser does not support the video element.

ଦେବଗଡ: ବସନ୍ତ ନିବାସ ଡାକବଙ୍ଗଳାରେ କଂଗ୍ରେସ ପକ୍ଷରୁ ଯୁବ ସମନ୍ୱୟ କାର୍ଯ୍ୟକ୍ରମ, ଭେଦଭାବ ଭୂଲି ସମସ୍ତ କର୍ମକର୍ତା ଏକଜୁଟ ହେବାକୁ ଆହ୍ୱାନ

Debagarh, Debagarh (Deogarh) | Aug 26, 2025
ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ବସନ୍ତ ନିବାସ ଡାକ ବଙ୍ଗଳା ଠାରେ ଆଜି ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ଯୁବ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟୀ ସଦସ୍ୟ ସିଦ୍ଧେଶ୍ୱର ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଆସିଥିବା ଯୁବ ସମନ୍ୱୟ କମିଟୀର ସଂଯୋଜକ ନଳିନୀକାନ୍ତ ମହାନ୍ତି, ସହ ସଂଯୋଜକ ବିଶ୍ୱଭୂଷଣ ଦାସ, ବରିଷ୍ଠ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଓ ବରିଷ୍ଠ କଂଗ୍ରେସ ନେତା ତୋଫାନ ଷଡଙ୍ଗୀ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us