This browser does not support the video element.
ପୋଡିଆ: ପଡିଆ ବ୍ଲକ ସଦର ମହକୁମାରେ ଥିବା ବସ୍ ଷ୍ଟାଣ୍ଡ ଠାରେ ପଡିଆ ବ୍ଲକ ଡ୍ରାଇଭର୍ ସଂଘ ପକ୍ଷ୍ୟରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
Podia, Malkangiri | Sep 1, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ଠାରେ ସୋମବାର ଦିନ ସମ୍ବାଦ ଆମ ଓଡ଼ିଶା ଓ ଡ୍ରାଇଭର୍ ସଂଘର ମିଳିତ ସହଯୋଗରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବସଷ୍ଟାଣ୍ଡରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ରକ୍ତଦାନର ଆବଶ୍ୟକତା ସମ୍ପ୍ରତି ସ୍ଥିତିରେ ଜିଲ୍ଲା ରକ୍ତ ଭଣ୍ଡାର ଆବଶ୍ୟକତା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବରିଷ୍ଠ ସମାଜସେବୀ ଏମଡି ଫାରୁକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି। ଏହି ରକ୍ତଦାନ ଶିବିରରେ ମୋଟ ୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।