This browser does not support the video element.
ରେଢାଖୋଲ: ରେଢ଼ାଖୋଲର କେରାଣ୍ଡି ଡ୍ୟାମ୍ ନିକଟ ପୀଠରେ ନୁଆଁମୁଣ୍ଡା ପୂଜା ଅନୁଷ୍ଠିତ , ଆଜିଠୁ ନୂଆଁଖାଇବେ ଅଞ୍ଚଳବାସୀ
Rairakhol, Sambalpur | Aug 31, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଗଡ଼ଜାତ ଅମଳରୁ ନୂଆଁମୁଣ୍ଡା ପୂଜା ଉତ୍ସବ ପାଳନର ଏକ ନିଆରା ପରମ୍ପରା ରହିଛି । ଏହି ଅଞ୍ଚଳରେ ସବୁ ମନ୍ଦିର ରେ ପୂଜାର୍ଚ୍ଚନା ତ ହୁଏ ହେଲେ ଏହିଦିନ ଦୁଇ ଦେବା ଦେବୀ ଙ୍କ ଅପୂର୍ବ ମିଳନରେ ନୂଆଁ ମୁଣ୍ଡା ପୂଜା ହୋଇଥାଏ ଓ ଏହା ବର୍ଷକୁ ଥରେ ହୋଇଥାଏ । ପ୍ରଭୁ ପଞ୍ଚଖଣ୍ଡା ଓ ମାଁ ଅନ୍ଧାର ବାଉତି ଏହି ଦିନ ସିନ୍ଦୂର,ଲାଲି ଛିଟ ରେ ସାଜିତ ହୋଇ ଖଣ୍ଡା, ଟାଙ୍ଗି,ତଥା ନିଜ ଅସ୍ତ୍ରଶସ୍ତ୍ର ଧରି ଭକ୍ତ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l