This browser does not support the video element.
ସୋନପୁର: ସାନ କିରାସିରାରେ ଗାଧୋଇବାକୁ ଯାଇ ନଦୀ ମଝିରେ ଫସିଗଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ
Sonapur, Subarnapur (Sonepur) | Aug 23, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 12 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମ ପଂଚାୟତ ସାନ କିରାଶିରା ଗ୍ରାମର ୬ ଜଣ ଯୁବକ ନିକଟସ୍ଥ ସୁରୁବାଲି ନଦୀକୁ ଗାଧୋଇବାକୁ ଯାଇ ଥିଲେ l ନଦୀ ମଝିରେ ଗାଧଉଥିବା ସମୟରେ ହଟାତ ବନ୍ୟା ପାଣି ମାଡି ଆସିଥିଲା l ଉକ୍ତ ସ୍ଥାନରୁ ୫ ଜଣ ଯୁବକ ପହଁରି ପହଁରି କୂଳକୁ ଚାଲି ଆସିଥିବା ବେଳେ ଗ୍ରାମର ଆଦର୍ଶ ପଧାନ ନାମକ ଜଣେ ଯୁବକ ଆସି ପାରିଲେ ନାହିଁ ଏବଂ ନଦୀ ମଝିରେ ଥିବା ଏକ ଜମ୍ବୁ ଗଛକୁ ଧରି ଆଶ୍ରୟ ନେଥିଲେ