This browser does not support the video element.
ସୋନପୁର: କମସରାରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
Sonapur, Subarnapur (Sonepur) | Aug 31, 2025
ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଜିଲ୍ଲାର ଐତିହାସିକ କମସରା ଗ୍ରାମରେ ଶ୍ରୀ ଗଜାନନ ଗଣପତିଙ୍କ ଭସାଣି ଉତ୍ସବ ବଡ ଧୁମ ଧାମରେ ଶହ ଶହ ମହିଳା ଏବଂ ପୁରୁଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ଆମ୍ବେଦକର ପଡା ପୂଜା କମିଟି ପକ୍ଷରୁ ଏହି ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଗ୍ରାମରେ ଏକ ଭାଇଚାରା ଏବଂ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା l