This browser does not support the video element.
ନିମାପଡା: ହତ୍ୟା ଅଭିଯୁକ୍ତକୁ ଗିରଫ ଦାବିରେ ଗୋପ ଥାନା ଖଡ଼ିସ ଗ୍ରାମର ମହିଳାମାନଙ୍କ ପକ୍ଷରୁ ଗୋପ ଥାନା ଘେରାଉ
Nimapada, Puri | Sep 1, 2025
ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ଥାନା ଖଡିଶ ଗ୍ରାମର ବିପିନ ଭୋଇଙ୍କ ପୁଅ ତ୍ରିନାଥ ଭୋଇଙ୍କ ମୃତ ଦେହ ଗତ ୧୪ତାରିଖ ଭୋର ସମୟରେ ପୋଲିସ ଉଦ୍ଧାର କରିଥିଲା। ବିପିନ ଭୋଇ ତାଙ୍କ ପୁଅକୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି ନଥିବାରୁ ଆଜି ପୂର୍ବାହ୍ନ ୧୧ଟାରେ ଖଡିଶ ଗ୍ରାମର ଶତାଧିକ ମହିଳା ଥାନା ଘେରାଉ କରିଥଲେ।