This browser does not support the video element.
ରାୟଗଡା: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆଦି କର୍ମଯୋଗୀ ଅଭିଯାନ ସମ୍ବନ୍ଧରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭରମ୍ଭ
Rayagada, Rayagada | Sep 13, 2025
ରାୟଗଡା, ସେପ୍ଟେମ୍ବର ୧୩: ଆଦି କର୍ମଯୋଗୀ ଅଭିୟାନ ଅନ୍ତର୍ଗତ ୩-ଦିନିଆ ଆବାସିକ ପ୍ରଶିକ୍ଷଣ-କମ୍-ଡିଜାଇନ୍ ୱର୍କଶପ୍ ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ପ୍ରଶିକ୍ଷଣ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନ କଲେ ଜିଲ୍ଲା ପରିଷଦ ସିଡ଼ିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ । ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଏହି ଅଭିୟାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କଥାହୋଇଥିଲା।