This browser does not support the video element.
କୁଚିଣ୍ଡା: କୁଚିଣ୍ଡା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Kochinda, Sambalpur | Sep 8, 2025
କୁଚିଣ୍ଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ସୋମବାର ଦିନ ସାହିତ୍ୟ ସଂସଦ ପକ୍ଷରୁ ନୂଆଁ ଖାଇଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଯୋଗ ଦେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଆବଶ୍ୟକତା ନେଇ ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନା ପ୍ରିୟା ବେହେରା ଓ ଲକ୍ଷ୍ମୀ ନାରାୟଣ କଲେଜ୍ ଝାରସୁଗୁଡ଼ା ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ରୋହିତ ପଟେଲ ଯୋଗଦେଇଥିଲେ।