This browser does not support the video element.
ତାଳଚେର ସଦର: ହାଣ୍ଡିଧୁଆଁ ଠାରେ ଗଛ ପଡି ରାସ୍ତା ଅବରୋଧ ଯାତାୟତ ଠପ
Talcher Sadar, Angul | Aug 23, 2025
ଲଘୁଚାପ ଜନିତ ଲଗାଣ ବର୍ଷାରେ ଶନିବାର ସକାଳ ୬ଘଟିକା ସମୟରେ ହାଣ୍ଡିଧୁଆଁ ଠାରେ ରାସ୍ତା କଡ଼ରେ ଥିବା ଗୋଟିଏ ବିରାଟ ଗଛ ଉପୁଡି ଯାଇ ରାସ୍ତା ଉପରେ ପଡିଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଓ ଲୋକମାନେ ଫସି ରହିଥିଲେ । ସ୍କୁଲ କଲେଜ ଓ ଭିଭିନ୍ନ କାମକୁ ଯାଇ ନପାରି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ କାଉଁସିଲର ନଗରପାଳଙ୍କୁ ଖବର ଦେବାରୁ ଅଗ୍ନିଶମ ବାହିନୀଙ୍କ ସହଯୋଗରେ ଗଛ କାଟି ରାସ୍ତା ଅବରୋଧ ହଟାଇ ଯାତାୟତ ସ୍ୱାଭାବିକ କରିଥିଲେ ।