This browser does not support the video element.
କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ସମୀକ୍ଷା କଲେ ଗଞ୍ଜାମ ପ୍ରକଳ୍ପ ନିର୍ଦେଶକ
Kabisuryanagar, Ganjam | Sep 13, 2025
ଏକ ପେଡ ମା କେ ନାମ ଅଥବା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ପାଇଁ ବେଗୁନିଆପଡା ବ୍ଲକ ରେ ପ୍ରସ୍ତୁତି ଜୋରଦାର ଚାଲିଛି । ସେଥିପାଇଁ ଗଞ୍ଜାମ ପ୍ରକଳ୍ପ ନିର୍ଦେଶକ ବିଜୟ କୁମାର ବେହେରା, ମନରେଗା ସଂଯୋଜକ ରିନା ପାଢ଼ୀ ଶନିବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ମନରେଗା ରେ କି କି କାମ ଚାଲିଛି, ଅନ୍ୟ ପ୍ରକଳ୍ପ ଗୁଡିକ ଶୀଘ୍ର ଆରମ୍ଭ କରିବା, ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଆବାସ ଯୋଜନା ରେ କେତେ ଘର କାର୍ଯ୍ୟ ଆରମ୍ଭ ହୋଇଛି, ଅନ୍ୟ ଘର ଗୁଡିକ କାହିଁକି ଆରମ୍ଭ ହୋଇ ନାହିଁ, ଏହି ଘର ଗୁଡିକ ର କାମ ଶୀଘ୍ର ଆରମ୍ଭ କରିବା ପାଇଁ କହିଥିଲେ ।