This browser does not support the video element.
ଗୋବିନ୍ଦପୁର: ଗୋବିନ୍ଦପୁର ଗୁର୍ଲା ଛକ ପଡ଼ିଆ ରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Govindpur, Sambalpur | Sep 8, 2025
ଗୋବିନ୍ଦପୁର ଗୁର୍ଲା ଛକ ପଡ଼ିଆ ରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ପରିଚାଳନା କମିଟି ଗଠିତ ହୋଇଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଆୟୋଜିତ ଉକ୍ତ ବୈଠକ ରେ ଚଳିତ ବର୍ଷ ଗୁର୍ଲା ଛକ ଠାରେ ହେବା କୁ ଥିବା ମା ଗଜଲକ୍ଷ୍ମୀ ପୂଜା କୁ ଆଡମ୍ବର ରେ ପାଳନ କରିବା ସହ ଆୟବ୍ୟୟ କୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ଅବସର ରେ ପୂଜା ଆୟୋଜନ ପରିଚାଳନା ପାଇଁ ସଭାପତି ଭାବେ ରମିତ୍ ନାଏକ, ଉପ ସଭାପତି ଭାବେ ବିଜୟ ସିଙ୍ଗ, ସମ୍ପାଦକ ଭାବେ ଚନ୍ଦନ ସିଙ୍ଗ ନାଏକ ଙ୍କୁ ମନୋନୀତ କରାଯାଇଛି।