Download Now Banner

This browser does not support the video element.

କରଞ୍ଜିଆ: ଅବକାରୀ ବିଭାଗ ପକ୍ଷରୁ ଗୁଡ଼ିସାହି ବାଇପାସ ଓ ନଦୀ କୂଳରେ ଚଢ଼ାଉ, ବାଇକ ସହିତ ୫୦ ଲିଟର ମହୁଲି ଜବତ; ୧୫ ଶହ ଲିଟର ପୋଚ ନଷ୍ଟ

Karanjia, Mayurbhanj | Apr 28, 2025
କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଂଜନ ନାୟକଙ୍କ ସହିତ ଅବକାରୀ ବିଭାଗର ଏକ ଦଳ ଆଜି ଅପରାହ୍ନ ୫ ଘଟିକା ସମୟରେ ଗୁଡ଼ି ସାହି ବାଇପାସ୍ ଓ ନଦୀ କୂଳରେ ଚଢ଼ାଉ କରିଥିଲେ। ମହୁଲି ପ୍ରସ୍ତୁତି ନିମନ୍ତେ ନଦୀ କୂଳ ମାନଙ୍କରେ ରଖାଯାଇଥିବା ପ୍ରାୟ ୧୫୦୦ ଲିଟର ପୋଚ ମଧ୍ୟ ଚଢ଼ାଉ କରି ନଷ୍ଟ କରିଛନ୍ତି ଅବକାରୀ ବିଭାଗ।ଏହି ସମୟରେ ବାଇପାସ୍ ନିକଟରେ ଅବକାରୀ ଅଧିକାରୀଙ୍କୁ ଦେଖି ଜଣେ ବ୍ୟକ୍ତି ଏକ ନମ୍ୱର ବିଭିନ ବାଇକ୍ ଛାଡ଼ି ଦେଇ ନଦୀ ପାର ହୋଇ ଦୌଡ଼ି ପଳାଇଥିଲା। ତେବେ ଗାଡି ସହିତ ୫୦ ଲିଟର ମହୁଲି ମଦ ଜବତ କରିଥିଲେ।ଏନେଇ କରଞ୍ଜିଆ ଅବକାରୀ ଓଆଇସି ଆଜି ରାତି ୮ ଘଟିକା ସମୟରେ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us