This browser does not support the video element.
ଜଗତସିଂହପୁର: ଏସଭିଏମ କଲେଜରେ ଦର୍ଶନ ବିଭାଗ ଛାତ୍ରଛାତ୍ରୀମାନଙ୍କ ସହ ଜିଲ୍ଲାପାଳଙ୍କ ଦାର୍ଶନିକ ଭାବ ବିନିମୟ
Jagatsinghapur, Jagatsinghpur | Sep 13, 2025
ଏସଭିଏମ କଲେଜ ଦର୍ଶନ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳଙ୍କ ଦାର୍ଶନିକ ଭାବ ବିନିମୟ । ଆଜି ଦିନ ୪ ଟା ସମୟରେ ଏସଭିଏମ କଲେଜରେ ଜିଲ୍ଲାପାଳ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ରଛାତ୍ରୀମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାଶ୍ଚାତ୍ୟ ଓ ଭାରତୀୟ ଦର୍ଶନ ମଧ୍ୟରେ ଥିବା ସମନ୍ୱୟକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଖୁବ ସୁଗମଭାବେ ବୁଝାଇଥିଲେ । କଲେଜର ଅଧ୍ୟକ୍ଷା ଓ ଦର୍ଶନ ବିଭାଗର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ