Download Now Banner

This browser does not support the video element.

ଜି ଉଦୟଗିରି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା, ଗୁମାଡ଼ି ନଦୀର ଅସ୍ଥାୟୀ ପୋଲ ଉପରେ ପାଣି, ଯାତାୟତ ବାଧାପ୍ରାପ୍ତ

G Udayagiri, Kandhamal | Sep 7, 2025
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛିଦିନ ହେଲା ବର୍ଷା ହେଉଥ‌ିବା ବେଳେ ରବିବାର ପୂର୍ବାହ୍ନ ୧୦ଟାଠାରୁ ବର୍ଷା ଲାଗିରହିଛି। ଫଳରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଉଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡାଇଭର୍ଶନ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ନଦୀଜଳ ପ୍ରବାହିତ ହେଉଛି।ଫଳରେ ସିମନବାଡି ଠାରୁ ତିଲୋରୀ, ବୁଡ଼ାଗୁଡା, ବାଲିଗୁଡା, ପକାରୀ, ଗୁମିକିଆ ଯାତାୟାତ ବାଧାପ୍ରାପ୍ତ ହୋଇଛି।ପ୍ରକାଶ ଯେ, ବର୍ଷାଦିନ ପୂର୍ବରୁ ଗୁମାଡି ନଦୀ ଉପରେ ଏକ ପୋଲ ନିର୍ବାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ଷା କାରଣରୁ ପୋଲ ନିର୍ମଣ ଅଧପାନ୍ତରିଆ ହୋଇ ରହିଛି.
Read More News
T & CPrivacy PolicyContact Us