This browser does not support the video element.
କରଞ୍ଜିଆ: ଟାଙ୍ଗୁରୁ ସାହି ନିକଟରେ ୨ ପିକଅପ୍ ମୁହାଁମୁହିଁ ଧକ୍କା,୨ ଆହତ
Karanjia, Mayurbhanj | Apr 30, 2025
କରଞ୍ଜିଆ ସହର ପଟୁ ଯାଉଥିବା ଏକ କୁଣ୍ଡା ବୋଝେଇ ପିକଅପ୍ ଗାଡ଼ି ସହିତ ଠାକୁରମୁଣ୍ଡା ପଟୁ ଆସୁଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ମଧ୍ୟରେ ଟାଙ୍ଗୁରୁସାହି ନିକଟରେ ଆଜି ସକାଳ ପ୍ରାୟ ୫ ଘଟିକା ସମୟରେ ମୁହାଁ ମୁହିଁ ଧକ୍କା ହେବାରୁ ୨ ଗୋଟି ଗାଡ଼ି କ୍ଷତିଗ୍ରସ୍ତ ହେବା ସହିତ ୨ ଜଣ ଡ୍ରାଇଭର ଆହତ ହୋଇଥିଲେ। ଖବର ପାଇ କରଞ୍ଜିଆ ପୋଲିସ ଓ ଅଗ୍ନିଶମବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହିତ ଆହତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇଥିଲେ। ସକାଳ ୧୦ ଘଟିକା ସମୟରେ ପୋଲିସ ଉଭୟ ଗାଡ଼ିକୁ ଜବତ୍ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛି।