This browser does not support the video element.
କୋଟପାଡ: ଗରୁଡ଼ୁଗୁଡା ଠାରେ ଭାଙ୍ଗିଲା ନବ ନିର୍ମିତ ପୋଲ, ୬ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ, ସ୍ଥିତି ଅନୁଧ୍ୟାନ କଲେ ସ୍ଥାନୀୟ ବିଧାୟକ l
Kotpad, Koraput | Aug 27, 2025
ଭାଙ୍ଗିଲା ନବ ନିର୍ମିତ ପୋଲ l ଫଳରେ ୬ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ l ସ୍ଥିତି ଅନୁଧ୍ୟାନ କଲେ ସ୍ଥାନୀୟ ବିଧାୟକ l ବୁଧୁବାର ଅପରାହ୍ନ ୫ ଟା ସମୟରେ ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତର ଗରଡୁଗୁଡ଼ାରେ ନବନିର୍ମିତ ପୋଲ, ଫଳରେ ରାଜୁଗୁଡ଼ା, ଉଛୁଲଗୁଡ଼ା, ନୂଆଗୁଡ଼ା, ସିନ୍ଦୁରମୁଣ୍ଡି, ଗୟଲଖାରି ଏବଂ ଗେନ୍ଦରଗୁଡ଼ା ଭଳି ୬ ଖଣ୍ଡ ଗାଁକୁ ଯୋଗାଯୋଗ ରୁ ବିଚ୍ଛିନ୍ନ ହୋଇ ଯାଇଛି। ଫଳରେ ପ୍ରାୟ ୬ଶହ ପରିବାର ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ କୋରାପୁଟ ବିଧାୟକ ରଘୁରାମ ମାଛ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ଦେଶ ଦେଇଛନ୍ତି l