This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ମାଧିପୁର ଠାରେ ଫାଶୀ ଦେଇ ଯୁବତୀଙ୍କ ଆତ୍ମହତ୍ୟା
Baleshwar M, Balasore | Oct 8, 2025
ରେମୁଣା ଥାନା ଅନ୍ତର୍ଗତ ମାଧିପୁର ଗ୍ରାମର ଜ୍ୟୁତିକା ସେନ ନାମ୍ନୀ ଜଣେ ଯୁବତୀ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l କୌଣସି କାରଣରୁ ବିଳମ୍ବିତ ରାତିରେ ସେ ନିଜ ଘରେ ଫାଶୀ ଦେଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ପରିବାରଲୋକେ ଉଦ୍ଧାର କରି ଏଫଏମ ମେଡିକାଲ କଲେଜ ରେ ଭର୍ତ୍ତି କରିଥିଲେ l ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଏ ସମ୍ପର୍କରେ ଶିଳ୍ପାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଆଜି ଦିନ ୧୨ ଟା ସମୟରେ ଜିଲା ମୁଖାଚିକିତ୍ସାଳୟରେ ମୃତଦେହ ବ୍ୟବଛେଦ କରାଯାଇଛି l