Download Now Banner

This browser does not support the video element.

ମାଲକାନଗିରି: ବର୍ଷା ଯୋଗୁଁ ଅଣ୍ଡରାପାଲି ପଞ୍ଚୟାୟତ ଠାରୁ ପଣସପୁଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଲ ଭାଙ୍ଗିବାରୁ ଯାତାୟାତ ବାଧାପ୍ରାପ୍ତ

Malkangiri, Malkangiri | Sep 28, 2025
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚୟାୟତ ଠାରୁ ପଣସପୁଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ଛୋଟିଆ ପୋଲ ଏହି ବର୍ଷା ଯୋଗୁଁ ଭୁସୁଡି ପଡିବାରୁ ଦୁଇଟି ପଞ୍ଚାୟତକୁ ଏହି ରାସ୍ତା ଦେଇ ଯାତାୟତ ଠପ ହୋଇଯାଇଥିବା ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଅଣ୍ଡରାପାଲି ପଞ୍ଚୟାୟତ ଠାରୁ ପଣସପୁଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଛୋଟିଆ ପୋଲ ତଥା କଲଭର୍ଟ ରହିଥିବା ବେଳେ ଏହା ବର୍ଷା ଯୋଗୁଁ ଭୁସୁଡି ପଡିଛି। ଫଳରେ ଏହି ରାସ୍ତା ଦେଇ କୌଣସି ଯାନ ଯାତାୟତ କରିବା ସମ୍ଭବ ହେଉ ନାହି।
Read More News
T & CPrivacy PolicyContact Us